ଏଣିକି ବଜାରରେ ମିଳିବ କାଠ ଚୁଲିର ପାଉଁଶ। ତାମିଲନାଡ଼ୁର କିଛି ଇକମର୍ସ କମ୍ଫାନୀ ସେମାନଙ୍କ ୱେବସାଇଡ଼ରେ ଚୁଲି ପାଉଁଶ ଅନଲାଇନରେ ବିକ୍ରି କରୁଛନ୍ତି। ଯାହାର ନାଁ ରଖାଯାଇଛି ଡ଼ିଶ ୱାଶିଂ ଉଡ଼ ଆସ। ଏହା ୨୫୦ ଗ୍ରାମ ପ୍ୟାକେଟରେ ମିଳିଛୁ। ଏହାର ଦାମ ୩୯୯ ଟଙ୍କା ରହିଛି। ତେବେ କମ୍ପାନୀ ତରଫରୁ ଏହାକୁ ରିହାତି ଦିଆଯାଇ ଏହାର ଦାମ ୧୬୦ଟଙ୍କା କରାଯାଇଛି। ଯଦି ଆପଣ ଏକ କିଲୋ ପାଉଁଶ କିଣୁଛନ୍ତି ତେବେ ଏହାର ଦାମ ୬୪୦ ଟଙ୍କା ରହିଛି। ଏଥିରେ ବାସିନ ମାଜିବା ସହ ଗଛରେ ସାରଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ୟାକେଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ପାଉଁଶରେ ପୋଟାସିୟମ ରହିଥାଏ। ଏହା ଗଛ ପାଇଁ ଅର୍ଗାନିକ ସାର ଭାବେ କାର୍ଯ୍ୟ କରିଥାଏ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0