ଖୋର୍ଦ୍ଧା : ମହିଳା ସଙ୍ଗଠନ “ଅଜିତା” ତରଫରୁ ମହିଳାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭ ଉଦଘାଟନ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସ୍ତରୀୟ ସାମାଜିକ ମହିଳା ସଙ୍ଗଠନ କାର୍ଯ୍ୟକ୍ରମ ଖୋର୍ଦ୍ଧା ସ୍ଥିତ ବି.ଡି.ଏ କଲୋନୀ କଲ୍ୟାଣ ମଣ୍ଡପଠାରେ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ଉଦଘାଟନ କରିଥିଲେ । ଭୁବନେଶ୍ୱର. ଜଟଣୀ, ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ବୋଲଗଡ, ଖୋର୍ଦ୍ଧା, ଓ ଟାଙ୍ଗୀ ଅଞ୍ଚଳର ମହିଳା ମାନଙ୍କ ଅର୍ଥନୈତିକ ସ୍ୱାବଲମ୍ବୀ ଓ ସାମାଜିକ ସଶକ୍ତିକରଣ ନିମନ୍ତେ ଧନ୍ଦା ମୂଳକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଅଜିତା ସଙ୍ଗଠନର ମହିଳା ସଦସ୍ୟାମାନେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0