ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଉପହାର ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂ। ଅମରିନ୍ଦର ସିଂ ତାଙ୍କ କାର୍ଯ୍ୟକାଳର ଶେଷ ବଜେଟ ଆଜି ଉପସ୍ଥାପନ କରିଛନ୍ତି। ଯେଉଁଥିରେ ରାଜ୍ୟସରକାରୀ କର୍ମଚାରୀଙ୍କୁ ଷଷ୍ଠ ବେତନ ସହିତ ମହିଳାମାନଙ୍କ ପାଇଁ ସରାକରୀ ବସରେ ମାଗଣା ଯାତ୍ରା ଭଳି ଅନେକଲୋକପ୍ରିୟ ଯୋଜନା ରହିଛି। ଏନେଇ ଆଜି ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଘୋଷଣା କରିଛନ୍ତି। ଅନ୍ୟପଟେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ରାଶିକୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟରେ ଏହି ଯୋଜନାରେ ସହାୟତା ପାଉଥିବା ଲୋକମାନେ ମାସିକ ୧୫ ଶହ ଟଙ୍କା ପାଇବେ। ଏସବୁ ପରେ ପଞ୍ଜାବ ସରକାର ଚାଷୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ମନପ୍ରୀତ ସିଂ କହିଛନ୍ତି କି ରାଜ୍ୟର ୧ ଦଶମିକ ୧୩ ଲକ୍ଷ ଚାଷୀଙ୍କୁ ୧୧୮୬ କୋଟି ଟଙ୍କାର ଋଣଛାଡ କରାଯିବ। ଏହାସହ ଭୂମିହୀନ କୃଷକ ମାନଙ୍କୁ ଆର୍ଥିକ ବର୍ଷ ୨୦୨୧-୨୨ ରେ ୫୨୬ କୋଟି ଟଙ୍କାର ଋଣଛାଡ କରାଯିବ। ହେଲେ କେଉଁ ଚାଷୀ ଓ କେଉଁ କିଷମର ଋଣ ଉପରେ କେତେ ଛାଡ ପାଇବେ ତାହା ବଜେଟ୍ ଅଧିବେଶନରେ ଘୋଷଣା କରାଯାଇ ନାହିଁ ।ଅନ୍ୟପଟେ ୨୦୨୨ ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟର ଚାଷୀ ମାନଙ୍କୁ ଋଣଛାଡ କରିଥିବା ବିରୋଧୀ ମାନେ ଅଭିଯୋଗ କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0