ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ। ଫଳରେ ରାଜ୍ୟସଭା ସଭାପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ଓ ପରେ ଦିନ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀ ଗୃହରେ ଅଭିଯୋଗ କରିଛନ୍ତି, ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଦର ବର୍ତମାନ ଆକାଶଛୁଆଁ ହୋଇଛି। ଏଥିପାଇଁ ଗରିବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏହା ଉପରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଅନ୍ତୁ। ତେଲ ଦର ବୃଦ୍ଧି ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇ ତୈଳଦର ବୃଦ୍ଧି ନେଇ ଆଲୋଚନା କରିବାକୁ ଦାବି କରାଯାଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0