ବିଶ୍ୱ ମହିଳା ଦିବସ ଅବସରରେ ବ୍ଲକସ୍ତରୀୟ ମହିଳା ସମାବେଶ ସଭା ଅନୁଷ୍ଠିତ । ସ୍ଥାନୀୟ ଜୟଦେବ ପଞ୍ଚାୟତ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୟଦେବ ପଞ୍ଚାୟତ ଓ ପ୍ରତାପଶାସନ ପଞ୍ଚାୟତରେ ୨ ପ୍ରକଳ୍ପର ଶିଳାନ୍ୟାସ ଓ ୩ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଧାୟକ ପ୍ରଥମେ ପ୍ରତାପଶାସନ ପଞ୍ଚାୟତ ଅଧୀନ ବାଳକାଟି ଫାଣ୍ଡି ଠାରୁ ବଡ ଭୋଇସାହି ପର୍ଯ୍ୟନ୍ତ ଗ୍ରାମ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ୪୫ ଲକ୍ଷ ଟଙ୍କାର ଖର୍ଚ୍ଚରେ ନିର୍ମିତ ପଞ୍ଚାୟତ ତୋରଣ, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ମହିଳା ମହାସଂଘ ଗୃହ ଏବଂ ୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରୋଷଘର ତଥା ସାଇକେଲ ଷ୍ଟାଣ୍ଡର ଉଦଘାଟନ କରିଥିଲେ । ବିଧାୟକ ବର୍ତ୍ତମାନ ପରିସ୍ଥିତିରେ ମହିଳା ମାନଙ୍କ ଭୂମିକା ଓ ସଫଳତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଆୟୋଜିତ ସଭାରେ ଭିଙ୍ଗାରପୁର ସରପଂଚ ଜୟଶ୍ରୀ ନାୟକ ସଭାପତିତ୍ୱ କରିଥିଲେ । ଏହି ଅବସରରେ ୧୭ ନମ୍ବର ଜିଲ୍ଳା ପରିଷଦ ସଭ୍ୟ ଅମରେନ୍ଦ୍ର ପ୍ରସାଦ ପଟ୍ଟନାୟକ, ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0