୨୦୨୧ ଆଇପିଏଲ ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି। ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାସମର। ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ତେବେ ଚଳିତ ବର୍ଷ କରୋନା କାଳରେ ଆରମ୍ଭ ହେବ ଆଇପିଏଲର ୧୪ତମ ସଂସ୍କରଣ। ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନ କରିଛି ବିସିସିଆଇ। ଏଥର ଆଇପିଏଲ ୫୨ ଦିନ ଚାଲିବ। ଆଉ ଏଥିରେ ଫାଇନାଲକୁ ମିଶାଇ ମୋଟ ୬୦ଟି ମ୍ୟାଚ ଖେଳାଯିବ। ସବୁଠାରୁ ବଡ କଥା ହେଉଛି ମୋଟ ୬ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ। ୫୬ ଲିଗ ମ୍ୟାଚରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବାଙ୍ଗାଲୋରରେ ୧୦ଟି ଲେଖାଏଁ ମ୍ୟାଚ ଖେଳାଯିବ। ସେହିପରି ଅହମ୍ମଦାବାଦ ଓ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ ଖେଳାଯିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟରେ କିଛି ପରିବର୍ତ୍ତନ କରାଯାଇଛି। ମ୍ୟାଚ ସମୟରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ନିଷେଧ କରାଯାଇଛି। ଅର୍ଥାତ ଏଥର ଆରମ୍ଭରୁ ସବୁ ମ୍ୟାଚ ବିନା ଦର୍ଶକରେ ଖେଳାଯିବ। ଲିଗ ମ୍ୟାଚ ସରିବା ପରେ କରୋନା ସ୍ଥିତିକୁ ନଜରରେ ରଖି ଦର୍ଶକଙ୍କ ଅନୁମତି ଉପରେ ନିଷ୍ପତ୍ତି ନିଆଯିବ। ଖେଳାଳିମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଯୋଜନା କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0