spot_img

ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ । ଆନନ୍ଦପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ଦୁର୍ଗାଚରଣ ବେହେରାଙ୍କ ଅଧକ୍ଷତାରେ ଏହା ଆୟୋଜିତ ହୋଇଥିଲା । ମହିଳା ଦିବସ ଉପଲକ୍ଷେ ସଭାଗୃହରେ ଏକ ସେମିନାର ସଭାର ଆୟୋଜନ କରାଯାଇଥିଲା । ମହିଳାଙ୍କ ଅର୍ନ୍ତନିହିତ ଦକ୍ଷତା ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାକୁ ବାର୍ତ୍ତା ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ପି.କେ ରାଉତ, ଦିପକ ମହାରଣା, ପୁଷ୍ପଲତା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular