spot_img

ପୁଣି ଫେଲ ମାରିଲା ସରକାରଙ୍କ ମେଗା ଜଳ ପ୍ରକଳ୍ପ ବୈଠକ

କେନ୍ଦ୍ରାପଡା : ପୁଣି ଫେଲ ମାରିଲା ସରକାରଙ୍କ ମେଗା ଜଳ ପ୍ରକଳ୍ପ ବୈଠକ । ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପୁଲିସ ଓ ପ୍୍ରଶାସନିକ ମୁଖିଆଙ୍କ ସହ ସଂଗ୍ରାମ ସମିତି ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । କିନ୍ତୁ କୌଣସି ନିଷ୍କର୍ସ ବାହାରି ନାହିଁ । ତିନିଥର ପରେ ଚତୁର୍ଥ ଥର ମଧ୍ୟ ପ୍ରଶାସନ ନିରାଶ ହୋଇ ଫେରିଥିବା ବେଳେ ସଂଗ୍ରାମ ସମିତି କୌଣସି ପରିସ୍ଥିତିରେ ପ୍ରକଳ୍ପ କରାଇ ନଦେବାକୁ ଜିଦିରେ ଅଟଳ ରହିଛି । ଆଳି- ରାଜକନିକା ମଧ୍ୟ ଭାଗରେ ପ୍ରବାହିତ ଖରତ୍ସୋତା ନଦୀରେ ମେଗା ଜଳ ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି । ପ୍ରକଳ୍ପ ସହାୟତାରେ ରାଜ୍ୟ ସରକାର ପଡୋଶୀ ଭଦ୍ରକ ଜିଲ୍ଲାକୁ ଜଳ ଯୋଗାଣ କରିବାର ଯୋଜନା ରଖିଛନ୍ତି । ପ୍ରାୟ ୮୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ରହିଛି । ମାତ୍ର ପ୍ରକଳ୍ପ ଦ୍ୱାରା ଖରତ୍ସୋତା ନଦୀ ମରିଯିବ ଏବଂ ଖରତ୍ସୋତା ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ପରିବାର ଦୁର୍ଦିନର ଶିକାର ହେବେ ଆଶଙ୍କା କରି ଖରତ୍ସୋତା ବଞ୍ଚାଓ ସଂଗ୍ରାମ ସମିତି ପ୍ରକଳ୍ପକୁ ବିରୋଧ କରିଆସୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular