ଦିନକୁଦିନ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଚାଇନା। ଡ୍ରାଗନ୍ ତିବ୍ବତରେ ଏକ ହାଇଡ୍ରୋପାଓ୍ୱାର ପ୍ରକଳ୍ପ କାମ ଶେଷ କରିଛି।ଏହାକୁ ଭାରତୀୟ ସୀମା ନିକଟରେ ନିର୍ମାଣ କରିଛି ଚୀନ୍। ଏହି ଡ୍ୟାମ୍ ବ୍ରହ୍ମପୁତ୍ର ନଦୀରେ ତିଆରି ହୋଇଛି। ଚାଇନା ପାର୍ଶ୍ୱରେ ଥିବା ନଦୀରେ ଏହାକୁ ତିଆରି କରିଛି ଚୀନ୍। ଏହି ପ୍ରକଳ୍ପ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି। କାରଣ ଥାଇ-ଲାଓ ସୀମା ଦେଇ ପ୍ରବାହିତ ହେଉଥିବା ମେକଙ୍ଗ୍ ନଦୀ ଆଉ ୨ ବର୍ଷର ସମ୍ପୂର୍ଣ୍ଣ ଭାବେ ଶୁଖି ଯିବାର ସମ୍ଭାବନା ରହିଛି। ଚୀନ ତିଆରି କରିଥିବା ଡ୍ୟାମ୍ ପାଇଁ ଏହି ନଦୀକୁ ଜଳ ପ୍ରବାହ କମିଯିବ। ଏହି ନଦୀ ଉପରେ କମ୍ବୋଡିଆ, ଲାଓସ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶ ନିର୍ଭର କରଥାନ୍ତି। ଚୀନ୍ ବ୍ରହ୍ମପୁତ୍ର ନଦୀର ଉପର ମୁଣ୍ଡରେ ତିଆରି କରିଥିବା ଡ୍ୟାମ୍ ପାଇଁ ତଳ ମୁଣ୍ଡରେ ଜଳ ପ୍ରବାହ କମିଯିବ। ଏହାସହ ଆହୁରି ଅନେକ ପ୍ରକଳ୍ପ କାମ ମଧ୍ୟ ଚୀନ ତିବ୍ବତରେ କରୁଛି। ଅନେକ ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା କରିଛି ଡ୍ରାଗନ୍। ୧୪ତମ ପଞ୍ଚବାର୍ଷିକୀ ଯୋଜନାରେ ଏହି ପ୍ଲାଣ୍ଟ୍ ତିଆରି ହୋଇଛି। ଏଥିରୁ ୬୦ ଗିଗା ଓ୍ୱାଟ ବିଦ୍ୟୁତ ଉତ୍ପାଦନ ହେବ। ଯାହା ବିଶ୍ୱର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ହେବ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0