ସିସିଟିଭିରେ ଧରାପଡ଼ିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡ଼ି ରଖିଥିବା ଦୁର୍ବୃତ୍ତ। ପିପିଇ କିଟ୍ ପିନ୍ଧି ଜଣେ ବ୍ୟକ୍ତି ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫେବୃଆରୀ ଶେଷ ସପ୍ତାହରେ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କପ୍ରିଓ ଠାବ ହୋଇଥିଲା। ବୋମା ନିଷ୍କ୍ରିୟ ଟିମ୍ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ। ଏବେ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜଣଙ୍କ ନିଜ ପରିଚୟକୁ ଗୋପନ ରଖିବା ପାଇଁ ଜାଣିଶୁଣି ପିପିଇ କିଟ୍ ପିନ୍ଧି ବିସ୍ଫୋରକ ଖଚିତ ଗାଡ଼ିକୁ ଅମ୍ବାନୀଙ୍କ ଘର ପାଖରେ ରଖିଥିଲା। ଏହାପରେ ସେ ରାସ୍ତାରେ ସେହି ପିପିଇ କିଟ ପିନ୍ଧି ଚାଲି ଚାଲି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାର ତଦନ୍ତ ଗତକାଲି ଠାରୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ତେଣୁ ଏହି ସିସିଟିଭିକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଆଗକୁ ବଢ଼ିବ। ପୁଲିସ୍ କହିଛି ଯେ ଏହି ଗାଡ଼ିଟିକୁ ଫେବୃଆରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ୍ ନିକଟରୁ ଚୋରି କରି ନିଆଯାଇଥିଲା।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0