ବ୍ୟାଙ୍କ ଘରୋଇକରଣ ନୀତିର ପ୍ରତିବାଦରେ ଧାରଣା । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ଘରୋଇକରଣ ଓ ମିଶ୍ରଣକୁ ବିରୋଧ କରି ଏହି ପ୍ରତିବାଦ ହୋଇଥିଲା । ସଦର ମହକୁମାସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ଜିଲ୍ଳାର ସମସ୍ତ ବ୍ୟାଙ୍କ ସଙ୍ଗଠନ ଓ କର୍ମଚାରୀଙ୍କ ଦ୍ୱାରା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବ୍ୟାଙ୍କ କର୍ମଚାରୀଙ୍କ କହିବା କଥା, ବ୍ୟାଙ୍କ ଗୁଡିକ ଘରୋଇ କରଣ ହେଲେ ଗ୍ରାମାଞ୍ଚଳ ବ୍ୟାଙ୍କ ଗୁଡିକ ବନ୍ଦ ହୋଇଯିବ । ବିଭିନ୍ନ କ୍ଷେତ୍ରରେ ରୁଣ ପ୍ରଦାନ କମ ହେବ । ଫଳରେ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ଯଦି ଏହି ଆନେ୍ଦାଳନରେ ସରକାର ଏମାନଙ୍କ କଥାକୁ ନ ଶୁଣନ୍ତି ତେବେ ଆଗାମୀ ୧୫ ଓ ୧୬ ତାରିଖରେ ସର୍ବଭାରତୀୟ ସ୍ତରରେ ଆନେ୍ଦାଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0