କେନ୍ଦୁଝର : କେନ୍ଦୁଝର ରେ ଆନ୍ତଃଜାର୍ତୀକ ମହିଳା ଦିବସ ପାଳନ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ମଛାଳୋ ଗ୍ରାମରେ ଆସପାୟାର ତରଫରୁ ଅନ୍ତଃଜାର୍ତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତିକରଣ, ବାଲ୍ୟବିବାହ, ଓ ଶିଶୁ ଶ୍ରମିକ ରୋକିବା , ଉକ୍ତ ଅଞ୍ଚଳରେ ଶିକ୍ଷାର ବିକାଶ କିପରି ହେଇପାରିବ ଏବଂ ମହିଳା ମାନେ କିପରି ଆଗ ଧାଡିର ଯୋଦ୍ଧା ହୋଇପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଆସପାୟାର ତରଫରୁ ଗୌତମ ଓଝା, ସ୍ୱରୁପ କୁମାର ସାମଲ ପ୍ରମୁଖ ଯୋଗ ଦେଇ ସଭାଟିକୁ ସଫଳ କରିଥିଲେ । ଘଷିପୁରା ବ୍ଲକ ସଂଯୋଜକ ଅରୁଣ କୁମାର ବରାଳ ଓ ଦେବାନନ୍ଦ ନାୟକ ଉପସ୍ଥିତ ଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0