କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି । ଆଜି ସକାଳୁ ସୁନା ଦୋକାନ ମାଲିକ ରଞ୍ଜନ କୁମାର ସାହୁ ଘରୁ ଆଣିଥିବା ଗହଣା ବ୍ୟାଗ୍କୁ ତଳେ ରଖି ଦୋକାନର ତାଲା ଖୋଲୁଥିଲେ। ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଦୁଇ ଦୁର୍ବୃତ୍ତ ବାଇକ୍ରେ ଆସି ଗହଣା ବ୍ୟାଗ୍ ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଯାହାର ପୂରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଲୁଟ୍ ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ। ଜୁନାଗଡ଼ ପୁଲିସ ଘଟଣାର ତଦନ୍ତ ଚଳାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0