ଭୁବନେଶ୍ୱର: ରାଜ୍ୟରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା। ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ। ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ। ଯଦି ଅତି ଆବଶ୍ୟକ ପଡ଼େ ତେବେ ପିସିସିଏଫ୍ଙ୍କ ପାଖରେ ଆବେଦନ କରି କର୍ମଚାରୀ ଛୁଟି ନେଇ ପାରିବେ ବୋଲି ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ଏଯାବତ୍ ନିଆଁ ଆୟତ୍ତ ହୋଇପାରିନି। କିଏ ନିଆଁ ଲଗାଇଛି କାହିଁକି ଲଗାଇଛି ଜଣାପଡିନଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିପାରିନି ବନ ବିଭାଗ କି ଅଗ୍ନିଶମ ବିଭାଗ।
ରାଜ୍ୟବ୍ୟାପୀ ଜଙ୍ଗଲ ବିଭାଗକୁ ଏନେଇ କଡ଼ା ସମାଲୋଚନା କରାଯାଇଥିବା ବେଳେ ସରକାରଙ୍କ ପାରିବା ପଣିଆ ଉପରେ ଲେକେ ପ୍ରଶ୍ନ ଉଠାଇଛନ୍ତି। ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ଏବେବି ନିଆଁ ଲାଗି ରହିଥିବା ଜଣାପଡ଼ିଛି। ଏହି ଜଙ୍ଗଲ ନିଆଁକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0