କେନ୍ଦୁଝର : ପରିବା ବିକାକୁ ନେଇ ଚାଷୀ ଏବଂ ବୋପାରୀଙ୍କ ମଧ୍ୟରେ ମୁହାଁମୁହିଁ । କେନ୍ଦୁଝର ସଦର ମହାକୁମାସ୍ଥିତ ପରିବା ମଣ୍ଡିରେ ଦେଖାଦେଇଛି ଏଭଳି ଅଭାବନୀୟ ଦୃଶ୍ୟ । ବାହାରୁ ଆସୁଥିବା ପରିବା ଦର କମ ଥିବା ବେଳେ ଚାଷୀ ତାଙ୍କ ପରିବାକୁ ଅଧିକ ଦାମରେ ମଣ୍ଡିରେ ବିକି୍ର କରୁଛନ୍ତି । ଯାହାଫଳରେ ଚାଷୀ ଓ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ୍ଟ ଦେଖାବଯିବା ସହ ଖାଉଟି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଠାରେ ପ୍ରତିଦିନ ଶହ ଶହ ଚାଷୀ ଓ ବେପାରୀ ବସି ପନିପରିବା ବିକ୍ରି କରିଥାନ୍ତି ହେଲେ ଆଜି ପରିବା ବଜାର ଖାଁ ଖାଁ ରହିଛି । ବେପାରୀଙ୍କ କହିବା କଥା, ଝାରଖଣ୍ଡ, ଆନନ୍ଦପୁର, କୁଆଖିଆ ଓ ବାରବାଟୀରୁ ଆସୁଥିବା ପରିବା ଏଠାରେ କମ ଦାମରେ ବିକ୍ରି ହେଉଛି । କିନ୍ତୁ ସ୍ଥାନୀୟ ବେପାରୀ ଅଧିକ ଚଢା ଦାମରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ସାଧାରଣ ଖାଉଟଙ୍କ ମଧ୍ୟରେ ଅସନ୍ତୋଷ୍ଟ ଦେଖାଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0