ନୂଆଦିଲ୍ଲୀ: ରେକର୍ଡ ବୁକରେ ଭାରତର ମହିଳା କ୍ରିକେଟର ମିତାଲି ରାଜ । ୩୮ ବର୍ଷୀୟ ମିତାଲି ପ୍ରଥମ ଭାରତୀୟ ମହିଳା ଭାବେ ଆଜି ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ସେ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ୧୦ ହଜାର ରନର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ଲକ୍ଷ୍ନୌରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆରେ ମିତାଲି ୩୫ ରନ କରିବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଥିଲା। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଥିଲେ। ଏବେ ମିତାଲି ଅନ୍ତର୍ଜାତୀୟ ମହିଳା କ୍ରିକେଟରରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ ପଛରେ ରହିଛନ୍ତି। ମିତାଲି ଆଜି ରେକର୍ଡ ବୁକରେ ନିଜକୁ ସାମିଲ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ସେ ମାତ୍ର ୩୬ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମିତାଲି ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନ ହାସଲକାରୀ ଖେଳାଳି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0