ଆଗାମୀ ଏପ୍ରିଲ୍ ବେଳକୁ ଭାରତୀୟ ବାୟୁସେନାରେ ସାମିଲ ହେବ ବାହୁବଳୀ ରାଫେଲର ଦ୍ୱିତୀୟ ସ୍କ୍ୱାଡ୍ରନ୍। ଏହି ‘ସ୍କ୍ଵାଡ୍ରନ୍’କୁ ପଶ୍ଚିମବଙ୍ଗରେ ଥିବା ହାଶିମାରା ବିମାନ ଘାଟିରେ ସାମିଲ କରାଯିବ। ମେ ମାସରେ ବାୟୁସେନା ହାଶିମାରାରୁ ଏହି ଲଢୁଆ ବିମାନର ଉଡ଼ାଣ ଆରମ୍ଭ କରିବ। ଫ୍ରାନ୍ସ୍ରେ ଚାଲିଥିବା ଲଢୁଆ ପାଇଲଟ୍ମାନଙ୍କର ତାଲିମ ମଧ୍ୟ ଏହି ସମୟ ମଧ୍ୟରେ ଶେଷ ହୋଇଯାଇଥିବ। ଦ୍ୱିତୀୟ ‘ସ୍କ୍ଵାଡ୍ରନ୍’ କାର୍ଯ୍ୟକ୍ଷମ ହେଲା ବେଳକୁ ଭାରତୀୟ ବାୟୁସେନା ପାଖରେ ଆହୁରି ୨୦ରୁ ଅଧିକ ରାଫେଲ୍ ଲଢୁଆ ବିମାନ ପହଞ୍ଚି ସାରିଥିବ। ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁସେନାର ଅମ୍ବାଲା ବିମାନ ଘାଟିରେ ୫ଟି ରାଫେଲ୍ ଲଢୁଆ ବିମାନ ସାମିଲ କରାଯାଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0