ଆଜିଠାରୁ ଶୁଭାରମ୍ଭ ହେଉଛି ଅମୃତ ମହୋତ୍ସବ। ଏହି ଉପଲକ୍ଷେ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରୁ ଦାଣ୍ଡି ମାର୍ଚ୍ଚ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦାଣ୍ଡି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଲଗାତାର ୭୫ ସପ୍ତାହ ଧରି ସାରେଦେଶର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ୨୦୨୨ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୁରା ହେବାକୁ ଯାଉଛି। ଏହାକୁ ଆହୁରି ସ୍ମରଣୀୟ କରିବା ପାଇଁ ଦେଶବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ମହୋତ୍ସବର ଓ୍ୱେବସାଇଟ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହ ସମସ୍ତ ପୂର୍ବପୁରୁଷଙ୍କୁ ମନେ ପକାଇଥିଲେ। ଭାରତର ଇତିହାସ ଏତେ ଲମ୍ବା ଯେ, ଏହାକ କେହି ଭୁଲି ପାରିବେ ନାହିଁ ବୋଲି କହିଥିଲେ ମୋଦି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0