spot_img

ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ଉମରକୋଟ: ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପୁର୍ବ ଶତ୍ରୁତା ନେଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ତିନି ଜଣ ଦୁର୍ବୃତ ବାଇକ୍ ରେ ଆସି ଗୁଳି ଚାଳନା କରିଥିଲେ । ଶୁକ୍ରବାର ସଂନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ବ୍ୟବସାୟୀଙ୍କ ଅଂଟାରେ ଗୁଳିବାଜିବାରୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସôା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ଉମରକୋଟର ପଞ୍ଜାବ ବ୍ୟାଙ୍କ ନିକଟରେ ବ୍ୟବସାୟୀ ଜଣକ ଠିଆ ହୋଇଥିବା ସମୟରେ ଏହି ଗୁଳି ଚାଳନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular