spot_img

ଶିମିଳିପାଳରେ ବର୍ଷା ହେବାରୁ ଖୁସିରେ ଭାବବିହ୍ୱଳ ସ୍ନେହଲତା

କରଞ୍ଜିଆ: ନିଆଁର ଆଁରେ ଛାରଖାର ଚିର ସବୁଜ ଶିମିଳିପାଳ। ଅଭୟାରଣ୍ୟ ଜୀବଜନ୍ତୁ, ମଣିଷ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଗତକାଲି ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଗତକାଲି ଅପରାହ୍ନ ଝିପିଝିପି ବର୍ଷା ହୋଇଥିଲା। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ଼ ଆଶା ସୃଷ୍ଟି କରିଛି । ବର୍ଷା ହେବାରୁ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର୍ ସ୍ନେହଲତା ଧଳ । ବର୍ଷା ହେବା ପରେ ନିଆଁ, ଧୂଆଁ ଓ ଅସହ୍ୟ ତାତିକୁ ଖାତିର ନକରି ବ୍ଲୋଅର୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ଏହି ମହିଳା ବନ କର୍ମଚାରୀଙ୍କ ଖୁସିର ଠିକଣା ନଥିଲା । ବର୍ଷା ହେବା ଯୋଗୁଁ ସେ ଖୁସିରେ ବର୍ଷାରେ ନାଚି ପକାଇଥିଲେ ।  ଶିମିଳିପାଳ ରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ୟ୍ୟର କିରଣ ପଡେ ନାହିଁ । ଶିମିଳିପାଳ ହେଉଛି ବ୍ୟାଘ୍ର ପ୍ରକଳ୍ପ, ଏବଂ ହସ୍ତୀ ପ୍ରକଳ୍ପ । ଶିମିଳିପାଳ ହେଉଛି ଏସିଆ ଦ୍ୱିତୀୟ ବୃହତ୍ତମ ଜୌବମଣ୍ଡ । ୨୭୫୦ ବର୍ଗ କିଲୋମିଟର ହେଉଛି ଶିମିଳିପାଳ । ୨୨୦୦ କିମି ହେଉଛି ଇକୋଟୁରିଜିମ । ଏହି ଜଙ୍ଗଲରେ ଦୀର୍ଘ ୧୧ ବର୍ଷ ହେବ ଚାକିର କରିଛନ୍ତି ଜଣେ ମହିଳା । ଅନେକ ସମୟ ରେ କାଠ ମାଫିଆ କୁ ରୋକିବାରେ ସଫଳ ହେଇଛନ୍ତି ଆଉ କେତେବେଳେ ଜଳୁଥିବା ଜଙ୍ଗଲରେ ନିଆଁ କୁ ଆୟତ୍ତ କରିବା ରେ ସଫଳ ହେଇଛନ୍ତି । ପ୍ରତ୍ୟେକ ଦିନ ସେ ୧୦ କିଲୋମିଟର ପାଦରେ ଚାଲି ଚାଲି ପ୍ରେଟ୍ରଲିଂ କରନ୍ତି । କାରଣ ଯେଉଁ ସ୍ଥାନ ରେ ସେ ପୋଷ୍ଟିଂ ସେ ସ୍ଥାନ ରେ ରାସ୍ତା ଘାଟ ର ସୁବିଧା ନାହିଁ । ୧୦ କିଲୋମିଟର ଦୁରକୁ ଚାଲି ଚାଲି ପ୍ରେଟ୍ରଲିଂ କରୁଛନ୍ତି ଦୁଃଖ ଲାଗେ ନାହିଁ କିନ୍ତୁ ଶିମିଳିପାଳ କୁ ଯେଉଁମାନେ ନଷ୍ଟ କରିବାକୁ ଚେଷ୍ଟା କରନ୍ତି ସେଥିପାଇଁ ଦୁଃଖ ଲାଗେ । ଦକ୍ଷିଣ ଶିମିଳିପାଳ ର ଦକ୍ଷିଣ ପଠାଵଟା ରେଞ୍ଜର ସେ ହେଉଛନ୍ତି ସେହ୍ନଲତା ଧଳ । ସେ ଦୀର୍ଘ ଦିନ ହେବ ବନପାଳ ଭାବେ କାର୍ୟ୍ୟ କରୁଛିନ୍ତି । ସେ ଦିନ ହେଉ କିମ୍ବା ରାତି ନିଜର ଜୀବନ ଉସର୍ଗ କରିଦେଇଛନ୍ତି ଶିମିଳିପାଳ ପାଇଁ । ଗତକାଲି ଶିମିଳିପାଳ ରେ ବର୍ଷା ହେବା ଯୋଗୁଁ ସେ ଭାବ ବିହ୍ୱଳ ହେଇ ପଡ଼ିଥିଲେ । କାରଣ ତାଙ୍କ ଏରିଆ ରେ ନିଆଁ ଲାଗି ନାହିଁ । ଯେତେବେଳେ ବର୍ଷା ହେଲା ଖୁସିରେ ବର୍ଷା ରେ ନାଚି ପକାଇଥିଲେ l

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular