ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ସ୍କୁଲ ପରିଦର୍ଶନ । ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ପୁରୀ ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସକାଳୁ ମନ୍ତ୍ରୀ ଅଚାନକ ସ୍କୁଲ ପରିଦର୍ଶନ କରିଥିବା ବେଳେ, ପ୍ରଧାନ ଶକ୍ଷୟିତ୍ରୀ ଅନୁପସ୍ଥିତ ଦେଖିବାକୁ ପାଇଥିଲେ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି । ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0