spot_img

ନଦୀରେ ଗାଧୋଇବା ବେଳେ ଚାଲିଗଲା ଜୀବନ

ଭୁବନେଶ୍ୱର: କୁଆଖାଇ ନଦୀରେ ଗାଧୋଇବା ବେଳେ ଅକାଳରେ ଚାଲିଗଲା ଜୀବନ । ଜଣେ ୧୨ ବର୍ଷୀୟ ନାବାଳକର ନଦୀ ଗର୍ଭରେ ବୁଡି ମୃତୁ୍ୟ ଘଟିଛି । ଲକ୍ଷ୍ମୀସାଗର ଅଞ୍ଚଳରୁ ଚାରି ଜଣ ପିଲା ଗୋଧେଇବା ପାଇଁ ଟଙ୍କପାଣି ବି୍ରଜ କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ । ଗୋଧଉଥିବା ସମୟରେ ଗୋଡ ଖସିଯିବାରୁ ଜଣେ ନାବାଳକ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲା । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଦୀର୍ଘ ୩ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ବାଳକକୁ ଉଦ୍ଧାର କରିଥିଲେ । ପରେ ତାକୁ କ୍ୟାପିଟାଲରେ ଭର୍ତ୍ତି ରେ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular