spot_img

କ୍ଲିନ ଭିଲେଜ ଗ୍ରୀନ ଭିଲେଜର ସଚେତନ ସଭା ଆୟୋଜିତ

ନୟାଗଡ: ଫତେଗଡଠାରେ କ୍ଲିନ ଭିଲେଜ ଗ୍ରୀନ ଭିଲେଜର ଏକ ସଚେତନ ସଭା ଆୟୋଜିତ । ନେହୁର ଯୁବ କେନ୍ଦ୍ର ଓ ଆଦର୍ଶବାଦୀ ୟଙ୍ଗ ଷ୍ଟାର ବ୍ଲବର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫତେଗଡର ଯୁବ ସରପଞ୍ଚ ତୋଫାନ ପ୍ରଧାନ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପରେ ଅନ୍ୟ ସମ୍ମାନିତ ଅତିଥି ମାନେ ସଫେଇ କାର୍ଯ୍ୟକ୍ରମକୁ ତ୍ୱରାନିତ କରିବା ସହ ଯେଉଁ ମାନଙ୍କର ଏ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି ସୋମାନଙ୍କୁ ସହଯୋଗ କରି ମନୋବଳ ବୃଦ୍ଧି କରିବା ପାଇଁ ବକ୍ତବ୍ୟ ଦେଇଥିଲେ । ସଭା ପରେ ଛୋଟ ଛୋଟ ପିଲାଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗୀତା ହୋଇଥିଲା । ପ୍ରତିଯୋଗୀତାରେ ଭଲ କରିଥିବା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲବର ସଦସ୍ୟ ମାନେ ସହଯୋଗ କରିବା ସହ ଶେଷରେ କ୍ଲବର ସଭାପତି ମନୋରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular