ପଞ୍ଜାବ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ପଞ୍ଜାବର ୮ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ଆଦି ଜାଗାରେ ରାତି ୧୧ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହି ସମୟରେ କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସିବାକୁ କୁହାଯାଇଛି । ଏହି ସମୟରେ କରୋନା ସତର୍କତାକୁ କଡାକଡି କରାଯାଇଛି । ସେହିପରି ନାଗପୁର ପରେ ଏବଂ ଔରାଙ୍ଗବାଦରେ ବି ଲକଡାଉନ ଜାରି କରାଯାଇଛି । ସପ୍ତାହର ଶନିବାର ଓ ରବିବାର ଔରାଙ୍ଗବାଦ ବନ୍ଦ ରହିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1