ପୁଣେ: ଲକଡାଉନ ପୂର୍ବରୁ ବଜାରରେ ଭିଡ । ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଚି । ଏହାକୁ ଦୃଷ୍ଟିରେ ରଖି ମହରାଷ୍ଟ୍ର ଉଦ୍ଧବ ଠାକରେ ସରକାରଙ୍କ ପକ୍ଷରୁ ରାଜ୍ୟର ୮ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାର୍ଚ୍ଚ ୧୫ରୁ ସମ୍ପୃକ୍ତ ଜିଲ୍ଲାରେ ଲାକଡାଉନ ଆରମ୍ଭ ହେବ । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଲକଡାଉନ ପୂର୍ବରୁ ବଜାରରେ ଭିଡ ଲଗାଇଛନ୍ତି । ଲୋକ ସାମାଜିକ ସଚେନତନ ନ ଥିବା ଦେଖିବାକୁ ମିଳୁଛି । କେତେକେ ବିନା ମାସ୍କରେ ମଧ୍ୟ ବୁଲୁଛନ୍ତି । ଏହାଯୋଗୁଁ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ରାଜ୍ୟ ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବନ୍ଦ କରିବାକୁ ନିଦେ୍ର୍ଦଶ ଜାରି କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0