କରୋନା କବଜାରେ ଆଉ ଜଣେ ଅଭିନେତା । ବଲିଉଡରେ କରୋନା ତା’ର କାୟ ବିସ୍ତାର କରିଚାଲିଛି। ଜଣଙ୍କ ପରେ ଜଣେ ଅଭିନେତା କରୋନା କବ୍ଜାରେ ପଡିଛନ୍ତି। ଏବେ ପୁଣି ଥରେ ଆଜ ଜଣେ ଅଭିନେତାଙ୍କୁ ସଂକ୍ରମିତ କରିଛି ଏହି କିଲର ଭାଇରସ। ବଲିଉଡର ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ କରୋନାରେ ଆକ୍ରନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ଅଞ୍ଚଳରେ ଥିବା ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏନେଇ ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି । ସେୟାର ହୋଇଥିବା ଭିଡିଓରେ ଅଭିନେତା କହିଛନ୍ତି, ‘ମୋର ରିପୋର୍ଟ କରୋନା ପଜିଟିଭ ଆସିଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ଦୟାକରି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ବର୍ତ୍ତମାନ ପର୍ୟ୍ୟନ୍ତ ମୋର କୌଣସି ଲକ୍ଷଣ ଦେଖା ଯାଇନାହିଁ । ମୋର ବିଶ୍ୱାସ ଅଛି ମୁଁ ଶୀଘ୍ର ଭଲ ହୋଇଯିବି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0