କରୋନା ମାହାମରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନା ପ୍ରକୋପ କମିବା ପରେ ରିଲିଜ ଅପେକ୍ଷାରେ ଥିବା କିଛି ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ କିଛି ଫିଲ୍ମ ଶୁଟିଂ ଆରମ୍ଭ ହୋଇଯାଇଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ବି ତାଙ୍କ ଅପକମିଂ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛନ୍ତି । କାବିଲ, ବିକ୍ସି ଡୋନର, ଉରି ଦ ସର୍ଜିକାଲ ଷ୍ଟ୍ରାଇକ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କର ନିକଟତର ହୋଇଥିବା ୟାମି ଏବେ ଏ ଥର୍ସଡେ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି । ସୋଶିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ଫିଲ୍ମ ଏ ଥର୍ସଡେ ସର୍ମ୍ପକରେ ସୂଚନା ଦେଇଛନ୍ତି । ୟାମି ଏଥିରେ ନୈନା ଯୟଶୱାଲା ଚରିତ୍ରରେ ନଜର ଆସୁଛନ୍ତି । ତେବେ ୟାମିଙ୍କୁ ଏଥିରେ ପ୍ରଥମ ଥର ପାଇଁ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0