ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସୀ ସୋମବାର ଦେଶର ବିଭିନ୍ନ ସ୍ଥାନରେ ରେଡ କରିଛି। ପାକିସ୍ତାନର କୌଣସି ଆତଙ୍କବାଦୀ ସଂଗଠନ ଲିଙ୍କ ଥିବା ନେଇ ସୂଚନା ମିଳିବା ପରେ ଏହି ରେଡ୍ କରିଛି ଏନଆଇଏ। ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ସ୍ଥାନରେ ରେଡ କରିଛି ଏହି ଜାତୀୟ ତଦନ୍ତକାରୀ ସଂସ୍ଥା। ଛଅ ସାତ ଜଣ ଲୋକଙ୍କର ଗତିବିଧିରୁ ସେମାନଙ୍କର ପାକିସ୍ତାନ ଲିଙ୍କ୍ ଥିବା ନେଇ ଏନଆଇଏ ଜାଣିବାକୁ ପାଇଥିଲା। ଏହାପରେ ଏନଆଇଏ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା। ଏବେ ଏନଆଇଏ ଏକ ମାମଲା ରୁଜୁ କରିଛି। ଆଉ ମାମଲା ରୁଜୁ ହେବାର ୪୮ ଘଣ୍ଟା ପରେ ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକର ୧୦ଟି ସ୍ଥାନରେ ରେଡ କରିଥିବା ଜଣାପଡ଼ିଛି। ଆଉ କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଏନଆଇଏ ୫ ଜଣଙ୍କୁ ଗିରଫ ମଧ୍ୟ କରିସାରିଛି।ସୂଚନା ଅନୁଯାୟୀ, ଦେଶର କିଛି ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳରେ ଆକ୍ରମଣ କରିବାକୁ ପାକିସ୍ତାନ ଉସକାଉଛି। ସୋଶାଲ ମିଡିଆ ଜରିଆରେ ଭାରତର କିଛି ଯୁବକଙ୍କ ସହ ଯୋଗାଯୋଗରେ ରହିଛନ୍ତି ପାକିସ୍ତାନର ଆତଙ୍କୀ ସଂଗଠନର କିଛି ଲୋକ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0