ନବରଙ୍ଗପୁର : ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ନାମକ ଘରୋଇ ବସର ଭୋର ୪ଟା ବେଳେ ଆନ୍ଧ୍ରର ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଛ ପଟୁ ପୁଣି ଏକ ଟ୍ରକ ଆସି ପିଟି ହୋଇଥିଲା। ଯାହା ଫଳରେ ବସର ହେଲପରଙ୍କ ମୃତ୍ୟୁ ହୋଇଛି । ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ବାରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ତେବେ ବସରେ ୩୫ ଜଣ ଯାତ୍ରୀ ଥିଲେ ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0