spot_img

ଦେଶରେ ୧୬ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୫,୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୫ହଜାର ୦୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ ରେ ପହଞ୍ଚି ଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୩୫ ହଜାର ୭୪୭ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ତରଫରୁ ପ୍ରକାଶ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୫୫ ହଜାର ୭୯ ଜଣ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ୫୪ ଲକ୍ଷ ୫୩ ହଜାର ୩୧୮ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୨୬୬, ଆନ୍ଧ୍ରପ୍ରଦେଶ ୬୯୨୫୨, ଅରୁଣାଚଳ ପ୍ରଦେଶ ୬୫୪, ଆସାମ ୯୨୩୩, ବିହାର ୧୬୮୪୫, ଚଣ୍ଡିଗଡ଼ ୩୫୫, ଛତିଶଗଡ଼ ୨୭୮୯, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୩୯୪, ଦିଲ୍ଲୀ ୧୦୭୪୩, ଗୋଆ ୧୬୫୭, ଗୁଜରାଟ ୧୩୭୯୩, ହରିୟାଣା ୬୪୯୭, ହିମାଚଳ ପ୍ରଦେଶ ୧୧୦୫, ଜମ୍ମୁ ଓ କଶ୍ମୀର ୭୬୬୨, ଝାଡ଼ଖଣ୍ଡ ୫୮୮୮, କର୍ଣ୍ଣାଟକ ୬୯୭୦୮, କେରଳ ୧୦୦୭୪, ଲଦାଖ ୨୭୭, ମଧ୍ୟପ୍ରଦେଶ ୮୪୫୪, ମହାରାଷ୍ଟ୍ର ୧୪୮୪୫୪, ମଣିପୁର ୮୨୯, ମେଘାଳୟ ୫୮୮, ମିଜୋରାମ ୧୭୪, ନାଗାଲାଣ୍ଡ ୯୩୬, ଓଡ଼ିଶା ୧୦୪୬୩, ପୁଦ୍ଦୁଚେରୀ ୧୨୯୨, ପଞ୍ଜାବ ୪୫୭୭, ରାଜସ୍ଥାନ ୧୧୦୯୭, ସିକିମ୍ ୩୯୫, ତାମିଲନାଡୁ ୫୭୯୬୨, ତେଲେଙ୍ଗାନା ୧୫୬୪୦, ତ୍ରିପୁରା ୧୭୨୩, ଉତ୍ତରାଖଣ୍ଡ ୨୯୯୩, ଉତ୍ତରପ୍ରଦେଶ ୩୨୬୪୯ ଓ ପଶ୍ଚିମବଙ୍ଗ ୧୯୯୦୦।

LEAVE A REPLY

Please enter your comment!
Please enter your name here

- Advertisment -

Most Popular