ଭୁବନେଶ୍ୱର: ଆଜି ରାଜ୍ୟର ୨୯ ଜିଲ୍ଲାରୁ ୧୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୮୭୭ ରେ ପହଁଞ୍ଚି ଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୯୧୮ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧୯ ହଜାର ୭୪୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୬୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ୫୦, ମାଲକାନଗିରି ୨୫, ବରଗଡ ୧୦, ନୂଆପଡା ୯, ଯାଜପୁର ଓ ବଲାଙ୍ଗିର ୧୯ ଲେଖାଏଁ, ଗଜପତି ୯୭, ସୁନ୍ଦରଗଡ ୭୫, କଳାହାଣ୍ଡି ୪୪, ପୁରୀ ୩୬, ଅନୁଗୁଳ ୨୫, କେନ୍ଦୁଝର ୧୬ ଝାରସୁଗୁଡା ୭ ସୋନପୁର ୫, ରାୟଗଡା ୪୦ ବାଲେଶ୍ୱର ୩୭, ସମ୍ବଲପୁର ୫୬, ନବରଙ୍ଗପୁର ୩୩, ସୁବର୍ଣ୍ଣପୁର ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0