spot_img

ବୈତରଣୀରୁ ନଦୀ ଗର୍ଭରୁ ଠାବ ହେଲା ବିରାଟ ଶିବ ଲିଙ୍ଗ

ଯାଜପୁର: ବୈତରଣୀ ନଦୀ ଗର୍ଭରୁ ଉଭା ହେଲା ବିରାଟ ଶିବ ଲିଙ୍ଗ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ସିଦ୍ଧେଶ୍ୱର ମନ୍ଦିର ପାଖ ବୈତରଣୀ ନଦୀ ଗର୍ଭରୁ ଏହି ଶିବ ଲିଙ୍ଗ ଠାବ କରାଯାଇଛି । ଶିବ ଲିଙ୍ଗ ସହ ପାଖରେ ଦୁଇଟି ମନ୍ଦିରର ଚୂଡା ମଧ୍ୟ ଦୃଶ୍ୟମାନ ହେଉଛି । ଗତ ଶିବରାତ୍ରିରୁ ଏହି ଶିବ ଲିଙ୍ଗ ଓ ୨ଟି ଛୋଟ ମନ୍ଦିର ନଦୀ ଭିତରେ ଦେଖିବାକୁ ମିଳିଥିଲା । ତେବେ ଦୁଇଦିନ ହେଲା ଏହା ସ୍ପଷ୍ଟ ଦୃଶ୍ୟମାନ ହେବା ପରେ ଆଜି ସ୍ଥାନୀୟ ଲୋକେ ସେଠାକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏମିତିକି ଉକ୍ତ ଶିବଲିଙ୍ଗରେ ଅଭିଷେକ କରିବା ସହ ନାମ ସଂକୀର୍ତ୍ତନ ମଧ୍ୟ କରିଛନ୍ତି ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକେ । ପ୍ରତ୍ତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିର ସମ୍ପର୍କରେ ଖୋଳତାଡ଼ ପରେ ତାହା ସ୍ପଷ୍ଟ ହେବ। ଏମିତିକି ଦୃଶ୍ୟମାନ ପୁରାତନ ମନ୍ଦିର ଭିତରୁ ଗୋଟିଏ ହନୁମାନଙ୍କର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଗତ କିଛି ବର୍ଷ ହେଲା ନଦୀ ଶଯ୍ୟାରୁ ବାଲି ଉଠୁଥିବାରୁ ଗଭୀର ହେବା ପରେ ଏହି ମନ୍ଦିର ଓ ଶିବ ଲିଙ୍ଗ ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ଦଶରଥପୁର ପ୍ରଶାସନ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular