ପୁରୀ : ସାହି ମଝିରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ପୁରୀର ବାସେଳୀସାହି ଥାନା ମିଶ୍ରସାହିରେ ଘଟିଛି ଏହି ଘଟଣା । ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଅଳେଇ ଗଳିର ପ୍ରଦୀପ ତ୍ରିପାଠୀ ଓରଫ ସୁକାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଆକ୍ରମଣ ପରେ ସାହିରେ ଚାପା ଉତ୍ତେଜନା ଦେଖା ଦେଇଛି। ଏନେଇ ପ୍ରଦୀପଙ୍କ ଭଉଣୀ କହିଛନ୍ତି ଯେ, ମୋ ଭାଇକୁ ଆଗରୁ ଦାଦା ବଟି ମାଗିଥିଲେ। ହେଲେ ସେ ନଦେବାରୁ ରାଗ ରଖିଥିଲେ। ଆଜି ମୋ ଭାଇ ଶୋଇଥିବା ବେଳେ ଘର କବାଟ ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲେ। ଆମକୁ ଖରାପ ଭାଷାରେ ଗାଳି ଗୁଲଜ କଲେ। ଆଉ ମୋ ଭାଇକୁ ଖଣ୍ଡା, ଭୁଜାଲି ଓ ତରୱାଲରେ ହାଣିଦେଲେ। ଏହି ଘଟଣାର ପୁଲିସ ତଦନ୍ତ ଚଲାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0