ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଦେଶରେ କରୋନା ମାମଲା ଦିନକୁ ଦିନ ପୁଣିଥରେ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସନ୍ତା କାଲିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଆଜିଠୁ ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। କର୍ଫ୍ୟୁ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ଗାଡିମଟର ଚଳାଚଳ ଉପରେ ମଧ୍ୟ କଟକଣା ରହିବ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସନ୍ତା କାଲିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଆଜିଠୁ ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। କର୍ଫ୍ୟୁ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ଗାଡିମଟର ଚାଳାଚଳ ଉପରେ ମଧ୍ୟ କଟକଣା ରହିବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0