ଦେଶର କିଛି ରାଜ୍ୟରେ ସଂକ୍ରମଣର ଦ୍ୱିଦୀୟ ଲହରୀ ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ର ସମେତ ୫ ରାଜ୍ୟରେ କରୋନା ଏବେ ବଢ଼ିବାରେ ଲାଗିଛି। ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଏବେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ପୂର୍ବରୁ ଦେଶରେ ବ୍ରିଟେନ୍ ଷ୍ଟ୍ରେନ୍ ମିଳିଥିବା ବେଳେ ଏବେ ଦିଲ୍ଲୀରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ମିଳିଥିବା ସୂଚନା ମିଳିଛି। ଜଣେ ୩୩ ବର୍ଷ ବୟସ୍କ ଯୁବକଙ୍କଠାରେ ଏହି ଷ୍ଟ୍ରେନ ଦେଖା ଦେଇଛି। ତେବେ ସଂକ୍ରମିତଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ସମଗ୍ର ଦେଶରେ ଅତି କମରେ ଏହି ଷ୍ଟ୍ରେନ୍ର ଚାରିଟି ମାମଲା ରହିଛି।ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ପ୍ରଥମ ଥର ପାଇଁ ଦିଲ୍ଲୀରେ ମିଳିଛି। ସଂକ୍ରମିତ ବ୍ୟକ୍ତି ହେଉଛନ୍ତି କେରଳର। ସେ କହିଛନ୍ତି ସେ ୯ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କରୋନା ପରୀକ୍ଷା କରିଥିଲେ୦। ଏହାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ପରେ ସେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରିପୋର୍ଟରୁ ଏହା ଦକ୍ଷିଆ ଆଫ୍ରିକାର ଷ୍ଟ୍ରେନ ବୋଲି ଜଣା ପଡ଼ିଥିଲା ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0