ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସ୍ୱପନ ଦାସଗୁପ୍ତା। ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନାରେ ବିଜେପି ତରଫରୁ ସ୍ୱପନ ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ହୁଗୁଳି ଜିଲ୍ଲାର ତରକେଶ୍ୱର ବିଧାନସଭା ନିର୍ବାଚନୀ ମଣ୍ଡଳ ଟିକେଟ ପ୍ରଦାନ କରିଛି। ଏହା ପୂର୍ବରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଟିଏମ୍ସି ପ୍ରଶ୍ନ ଉଠାଇଥିଲା। ସ୍ୱପନ ଦାସଗୁପ୍ତା ଜଣେ ନିର୍ଦ୍ଦଳୀୟ ସାଂସଦ ହୋଇଥିବା ବେଳେ କିପରି ବିଜେପି ପକ୍ଷରୁ ସେ ନିର୍ବାଚନ ଲଢ଼ିପାରିବେ ବୋଲି ଟିଏମ୍ସି ପ୍ରଶ୍ନ କରିଥିଲା। ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଅଭିଯୋଗ ଉଠାଇ କହିଥିଲେ ଯେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ସ୍ୱପନ ଦାସଗୁପ୍ତ ଅଯୋଗ୍ୟ ଅଟନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0