ସାର୍ବଜନିକ ଯାତ୍ରୀ ଗାଡିରେ ଅଶ୍ଳୀଳ ଗୀତ ବଜାଇଲେ ରଦ୍ଦ କରିଦିଆଯିବ ପରମିଟ। ବିହାରରେ ପ୍ରତିଦିନ ଅଟୋ, ବସ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିରେ ଅଶ୍ଳୀଳ ଗୀତ ବାଜୁଥିବା ଯୋଗୁଁ ଯାତ୍ରୀଙ୍କୁ ଅସୁବିଧା ସାମ୍ନା କରିବାକୁ ପଡୁଛି। ଯାତ୍ରା ସମୟରେ ଗାଡିରେ ଚାଲୁଥିବା ଅଶ୍ଳୀଳ ଗୀତ ପାଇଁ ମହିଳାଙ୍କୁ ଲଜ୍ଜିତ ହେବାକୁ ପଡିଥାଏ। ଏହାକୁ ରୋକିବାକୁ ପରିବହନ ବିଭାଗ ଏହିଭଳି ନିର୍ଦ୍ଦେଶ ଜାରି କରିଛି। ବିହାର ସରକାରର ପରିବହନ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛି। ପରିବହନ ବିଭାଗର ନିର୍ଦ୍ଦେଶ ପରେ ବିହାରର ସମସ୍ତ ଜିଲ୍ଲାର ସଂଯୁକ୍ତ ଆୟୁକ୍ତ, ଜିଲ୍ଲା ପରିବହନ ପଦାଧିକାରୀ, ମୋଟରଯାନ ନିରୀକ୍ଷକ ଓ ପ୍ରବର୍ତନ ନିରୀକ୍ଷକଙ୍କୁ ପଠାଇ ଦିଆଯାଇଛି। ପର୍ବ-ପର୍ବାଣି, ବିଶେଷ କରି ହୋଲି ସମୟରେ ଅଶ୍ଳୀଳ ଗୀତ ଚଲାଯାଇଥାଏ। ପରିବହନ ବିଭାଗ ସବୁ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଠିକ ହୋଲି ପୂର୍ବରୁ ଏହି ଅଭିଯାନ ଆରମ୍ଭ କରି କଡାକଡି ଭାବେ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0