ପିପିଲି : ଏପ୍ରିଲ ୧୭ରେ ପିପିଲିରେ ପଡ଼ିବ ଭୋଟ୍ । କ’ଣ ରହିବ ଗାଇଡଲାଇନ୍ ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ସବୁଠାରୁ ବଡ଼କଥା ହେଲା କି, ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି । ଏବେଠୁ ପୋଷ୍ଟାଲ ଭୋଟ୍ ପାଇଁ ଆବେଦନ କରିପାରିବେ ଭୋଟର । ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ । ଆଉ ନୂଆ ଗାଇଡଲାଇନରେ ସମସ୍ତଙ୍କୁ ଠିକ୍ ସମୟରେ ଟୀକାକରଣ ମଧ୍ୟ କରାଯିବ । ପ୍ରଚାର ବେଳେ ବହୁ ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ । ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା, କରୋନା ନିୟମ ପାଳନ ହେବ ବୋଲି ସିଇଓ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0