ଭୁବନେଶ୍ବର: ଭୁବନେଶ୍ବର ରେ ୫ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୁଚିସ୍ମିତା ସାହୁ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ସ୍ବାମୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ସୁଚିସ୍ମିତାଙ୍କ ପରିବାର ଲୋକେ । ସୁଚିସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସୁଚିସ୍ମିତା ତାଙ୍କ ମା’ଙ୍କୁ ଫୋନ୍ କରି ଏସବୁ ସମ୍ପର୍କରେ ଜଣାଇଥିଲେ । ହେଲେ ଅଧ ଘଣ୍ଟା ପରେ ସୁଚିସ୍ମିତାଙ୍କ ମୃତ୍ୟୁ ହୋଇଥିବା ନେଇ ଶ୍ବଶୁରଘର ଲୋକେ ସୁଚିସ୍ମିତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ତେବେ ସୁଚିସ୍ମିତାଙ୍କୁ ତାଙ୍କ ସ୍ବାମୀ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ମା’ ।
ଗତ ୨୦୧୯ ଡିସେମ୍ବର ମାସରେ ନୟାଗଡର ସୁଚିସ୍ମିତା ସାହୁଙ୍କର ସୁବିର ମୁଦୁଲିଙ୍କ ସହ ବିବାହ ହୋଇଥିଲା । ସୁଚିସ୍ମିତା ଓ ତାଙ୍କ ସ୍ୱାମୀ ସୁବିର ଉଭୟ ଆଇ,ଓ,ସି,ଏଲ କମ୍ପାନୀରେ କାମ କରନ୍ତି । ପାହାଳରେ ସ୍ବାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0