ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ବିସିସିଆଇ ବଡ଼ ପଦକ୍ଷେପ ନେଇଛି। ଦେଶରେ ବିସିସିଆଇ ତରଫରୁ ଖେଳା ଯାଉଥିବା କିମ୍ବା ଆଗକୁ ଖେଳା ଯିବାକୁ ଥିବା ସବୁ ବର୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ସବୁ ରାଜ୍ୟର କ୍ରିକେଟ ଆସୋସିଏସନକୁ ଚିଠି ଲେଖିଛନ୍ତି। ହଠାତ୍ ସବୁ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟ ବିସିସିଆଇ ବାତିଲ କରିଥିବାରୁ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ୨୦୨୦ରେ କରୋନା ଯୋଗୁ ଆଇପିଏଲ ଦୁବାଇରେ ଖେଳା ଯାଇଥିଲା।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0