ନୂଆଦିଲ୍ଲୀ: ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ କୋହଲି। ଇଂଲଣ୍ଡ ବିପକ୍ଷରେ ଗତ ଦୁଇଟି ଟି-୨୦ ମ୍ୟାଚରେ ୭୩ ଓ ୭୭ ରନର ଇନିଂସ ଖେଳିଥିବାରୁ ଫାଇଦା ହୋଇଛି। ଏହାଫଳରେ ସେ ଆଇସିସି ବ୍ୟାଟ୍ସମ୍ୟାନଙ୍କ ଟି-୨୦ ରେଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଯାଇ ପଞ୍ଚମ ସ୍ଥାନକୁ ଆସିଛନ୍ତି। ତାଙ୍କୁ ୪୭ ରେଟିଙ୍ଗ୍ ପଏଣ୍ଟର ଫାଇଦା ହୋଇଛି ଏବଂ ତାଙ୍କର ୭୪୪ ଅଙ୍କ ହୋଇଯାଇଛି। ଏକଦିବସୀୟ ରାଙ୍କିଙ୍ଗରେ ସେ ପ୍ରଥମ ଓ ଟେଷ୍ଟରେ ପଞ୍ଚମ ସ୍ଥାନରେ ଅଛନ୍ତି।ଅପରପକ୍ଷରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଲଗାତାର ଦୁଇଥର ଜିରୋରେ ଆଉଟ୍ ହୋଇଥିବାରୁ ଭାରତୀୟ ଓପନର କେଏଲ ରାହୁଲଙ୍କର କ୍ଷତି ହୋଇଛି। ସେ ଟି-୨୦ ରେ ଗୋଟିଏ ପାଦ ତଳକୁ ଖସି ଚତୁର୍ଥ ସ୍ଥାନକୁ ଆସିଛନ୍ତି। ତାଙ୍କ ଖାତାରେ ୭୭୧ ରେଟିଙ୍ଗ୍ ପଏଣ୍ଟ ଅଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0