କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ମୋଦି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢୁଥିବା ମାମଲା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଦେଶର କିଛି ରାଜ୍ୟରେ ହଠାତ କରୋନା ମାମଲା ବଢୁଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପଜିଟିଭ ରେଟ୍ ବଢିଛି। ତେଣୁ ଏହାକୁ ରୋକାନଗଲେ ଦେଶବ୍ୟାପୀ ଖରାପ ପ୍ରଭାବ ପଡିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଆରଟିପିସିଆର ଟେଷ୍ଟିଂ ବଢାଇବା ଉପରେ ବି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ଟିକାକରଣ ଉପରେ ବି ସେ ଗୁରୁତ୍ୱ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0