ନୂଆଦିଲ୍ଲୀ: କୁସ୍ତିଯୁଦ୍ଧର ଫାଇନାଲ ମ୍ୟାଚ ହାରିବା ପରେ ବବିତା ଫୋଗଟଙ୍କ ଭଉଣୀ ଆତ୍ମହତ୍ୟା କରିଛନ୍ତି । ଭାରତୀୟ ମହିଳା କୁସ୍ତିଯୋଦ୍ଧା ରିତୀକା (ରିତୀକା ବବିତା ଫୋଗଟ ଓ ରୀତା ଫୋଗଟଙ୍କର ଭଉଣୀ) ଆତ୍ମହତ୍ୟା କରିଛନ୍ତି । ସେ ସୋମବାର ଦିନ ନିଜ ଗାଁ ବଲାଲୀ ଠାରେ ଗଳାରେ ନିଜର ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କୁସ୍ତିଯୋଦ୍ଧା ରିତୀକା ୧୨ ରୁ ୧୪ ମାର୍ଚ୍ଚ ମଧ୍ୟରେ ରାଜସ୍ଥାନର ଭରତପୁର ଲୋହାଗଡ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସବ୍ ଜୁନିୟର ମହିଳା ଓ ପୁରୁଷ କୁସ୍ତି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୧୪ ତାରିଖରେ ଖେଳା ଯାଇଥିଲା । ଯେଉଁଥିରେ ରିତୀକା ଗୋଟିଏ ଅଙ୍କ ପଛରେ ରହି ମ୍ୟାଚ୍ ହାରି ଯାଇଥିଲେ । ମ୍ୟାଚ୍ ହାରିବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ଏନେଇ ସେ ୧୫ ତାରିଖ ଦିନ ରାତି ୧୧ ଟାରେ ନିଜ ଗାଁ ବଲାଲୀ ଠାରେ ଥିବା ବାସଭବନରେ ବେକରେ ନିଜ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0