spot_img

ଦେଶରେ ବଢିଚାଲିଛି କରୋନାର ସଂକ୍ରମଣ

ଦେଶରେ ବଢିଚାଲିଛି କରୋନାର ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ ହୋଇଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୪୦୬ ରହିଛି। ଏହାରି ଭିତରେ ୬ଟି ରାଜ୍ୟର ଯୋଗଦାନ ଅଧିକ ରହିଛି। ଗତ ୨୪ ଘଂଟାରେ କେବଳ ମହାରାଷ୍ଟ୍ରରେ ୧୭ ହଜାର ୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏଠାରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଥିବା ନେଇ ଆଶଙ୍କା କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହି ପରିପ୍ରେକ୍ଷୀରେ କରୋନା ସତର୍କତାକୁ ଅଧିକ କଡାକଡି କରିବା ପାଇଁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular