spot_img

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ କ୍ଷମତା ଲଢେଇ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ କ୍ଷମତା ଲଢେଇ ଜାରି।  ଏହି କ୍ରମରେ ଆଜି ଝାଡଗ୍ରାମରେ ଏକ ବିରାଟ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତି ଲୋକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ। ମମତା ଏହା କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି କି ବିହାର ନିର୍ବାଚନ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ କି ସେମାନଙ୍କ ଦଳ ବିହାରରେ କ୍ଷମତାକୁ ଆସିଲେ ମାଗଣା ଟିକା ଉପଲବ୍ଧ କରାଇବେ। ହେଲେ ତାହା ସେ କଲେ ନାହିଁ। ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ’୨ ତାରିଖରେ ନିର୍ବାଚନ ଫଳା ଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular