spot_img

ରାଇଘରରେ ମାଓ ପୋଷ୍ଟର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ହାତୀଗାଁ ରାସ୍ତା ଲାଗିଛି ମାଓ ପୋଷ୍ଟର ।ଦୀର୍ଘ ଦିନର ବ୍ୟବଧାନ ରେ ପରେ ପୁଣି ଥରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଜଙ୍ଗଲ କାଟିବାକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି ।ମାଓବାଦୀ ମାନେ ପୁଣି ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ।ମେନପୁର ନୂଆପଡା ଡିଭିଜନ ତରଫରୁ ଏହି ମାଓ ପୋଷ୍ଟର ଲଗାଯାଇଛି ।ଏଥିରେ ଜଙ୍ଗଲ ସୁରକ୍ଷା କରିବାକୁ ଉଲେଖ କରାଯାଇଛି । ଜଳ, ଜଙ୍ଗଲ ଓ ଜମି ଜନତା ଙ୍କ ଅଧିକାର । ଏହାକୁ ରକ୍ଷା କରିବାକୁ ଗ୍ରାମ ସଭା କରି ନିୟମ ଲାଗୁ କରାଯାଉ ବୋଲି ବ୍ୟାନର ରେ ଲେଖା ଯାଇଛି । ଘଟଣା ସ୍ଥଳରେ ଏପର୍ୟ୍ୟନ୍ତ ପୋଲିସ ପହଞ୍ଚି ନାହିଁ। ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତା ବରଣ ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular