spot_img

ସଂକ୍ରମଣ ରୋକିବାକୁ ବିଭିନ୍ନ ଜିଲ୍ଳାରେ ସଟଡାଉନ ଜାରି

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ସଂମ୍ପୂର୍ଣ୍ଣ ସଟଡାଉନ କରାଯାଉଛି । ଭଦ୍ରକ ଜିଲ୍ଲାକୁ ଦୁଇ ଦିନ ଅଥବା ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ସମ୍ପୂର୍ଣ୍ଣ ସଟଡାଉନ ରହିବ । ଏହି ସମୟସୀମା ମଧ୍ୟରେ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ ଅନୁମତି ମିଳିଛି । ଅନ୍ୟପଟେ ବଲାଙ୍ଗିରରେ ୪ଶହ ଟପିଛି କରୋନା ସଂକ୍ରମିତ ସଂଖ୍ୟା । ସଂକ୍ରମଣକୁ ରୋକିବାକୁ ଆଜି ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବଲାଙ୍ଗୀର ସଟଡାଉନ ଘୋଷଣା କରାଯାଇଛି । ସହରରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ସଚେତନ କରିଛି । ଏହି ସମୟରେ ଜିଲ୍ଲାରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଖୋଲିବା ପରେ କଟକଣା ଜାରି କରାଯାଇଛି । ସେହପରି କୋରାପୁଟ ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା ଜାରି କରିଛନ୍ତି ଜିଲ୍ଳାପାଳ । ଏହି ସମୟରେ ବାହାର ଜିଲ୍ଳାରୁ କୈାଣସି ଲୋକଙ୍କୁ ଜିଲ୍ଳା ଭିତରେ ପ୍ରବେଶ କରାଯାଇପାରିବ ନାହିଁ । ସେପଟେ ବଲାଙ୍ଗିର ଜିଲ୍ଳାରେ ଚାରିଶହ ଟପିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । ଜରୁରୀକାଳିନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular