ନୂଆଦିଲ୍ଲୀ: କୁଏତରେ ଏବେ ଭାରତୀୟ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । କରୋନା ଭୂତାଣୁ ସାରା ବିଶ୍ୱରେ ସଙ୍କଟ ଆଣିଥିବା ବେଳେ ବିଭିନ୍ନ ଦେଶ ଏହା ସହ ଲଢେଇ କରିବା ପାଇଁ ଭିନ୍ନ ଭିନ୍ନ ନିୟମ ପ୍ରସ୍ତୁତ କରୁଛନ୍ତି । ଏନେଇ ଏକ ବଡ ଘୋଷଣା କରିଛି କୁଏତ । ମାର୍ଚ୍ଚ ପରେ ଦେଶରେ ବିମାନ ସେବା ଉପରେ କଟକଣା ଲାଗୁ ହୋଇଥିଲା । ଅଗଷ୍ଟ ୧ ତାରିଖରୁ ବିମାନ ସେବା ଚଳଚଳ ହେବାକୁ ଯାଉଥିବା ବେଳେ ବିଶ୍ୱର ୭ ଟି ରାଷ୍ଟ୍ରର ଉଡାଣ ଉପରେ କଟକଣା ଲଗାଇଛି କୁଏତ । ଏହି ୭ଟି ଦେଶ ମଧ୍ୟରେ ବାଙ୍ଗଲାଦେଶ, ଫିଲିପାଇନସ୍, ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଇରାନ ଏବଂ ନେପାଳ ରହିଛି । ସୂଚନାମୁତାବକ ଦକ୍ଷିଣ ଏସିଆର ଏ ସମସ୍ତ ଦେଶଗୁଡିକରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେପଟେ ସାଧାରଣତଃ ଏହି ଦେଶ ଗୁଡିକରୁ ଶ୍ରମିକ କୁଏତ କାମ ପାଇଁ ଯାଇଥାନ୍ତି । ସେଥିପାଇଁ ଏହି ପ୍ରତିବନ୍ଧ ରହିଛି । ମାତ୍ର ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।
କୁଏତର ଜାତୀୟ ବିଧାନସଭା ଏବଂ ବିଧାୟୀ ସମିତି, ପ୍ରବାସୀ କୋଟା ବିଲ ପ୍ରସ୍ତୁତ କରିଛନ୍ତି । ଯାହା ଆଧାରରେ ବିଦେଶରୁ ଆସୁଥିବା ଶ୍ରମିକମାନଙ୍କ ସଂଖ୍ୟା ହ୍ରାସ କରାଯିବ । ବିଲ ଅନୁସାରେ ବିଦେଶରୁ ଆସୁଥିବା ଲୋକଙ୍କ ସଂଖ୍ୟା କୁଏତ ଜନସଂ୍ୟା ତୁଳନାରେ ୧୫ ପ୍ରତିଶତରୁ କମ ହେବା ଉଚିତ । ଯଦି ଏହି ବିଲ୍ ପାସ୍ କରାଯାଏ ତେବେ ପ୍ରାୟ ୮ ଲକ୍ଷ ଲୋକ ଭାରତ ଫେରିପାରନ୍ତି । ସୂଚନାଯୋଗ୍ୟ କୁଏତରେ ବର୍ତ୍ତମାନ ୧୫ ଲକ୍ଷ ଭାରତୀୟ ରହୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0