spot_img

ଥମିନାହିଁ କ୍ରିକେଟର ଯୁବରାଜ ସିଂହଙ୍କ ଜଲୱା 

ଥମିନାହିଁ କ୍ରିକେଟର ଯୁବରାଜ ସିଂହଙ୍କ ଜଲୱା  । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ରାୟପୁରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦମଦାର ବ୍ୟାଟିଂ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ।  ବୁଧବାର ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ବିପକ୍ଷରେ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚ୍‌ରେ ସେ ବିସ୍ଫୋରକ ଇନିଂସ ଖେଳିଛନ୍ତି।ପୂର୍ବରୁ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷରେ ୪ ବଲ୍‌ରେ ୪ ଛକା ମାରିଥିବା ଯୁବରାଜ କାଲି ମଧ୍ୟ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ। ଭାରତୀୟ ଲିଜେଣ୍ଡସର ୧୯ତମ ଓଭରରେ ଯୁବରାଜଙ୍କୁ ବୋଲିଂ କରିବାକୁ ଆସିଥିଲେ ସ୍ପିନର ମହେନ୍ଦ୍ର ନାଗାମୋଟ୍ଟୋ। ଯୁବରାଜ ପ୍ରଥମ ୫ ବଲ୍‌ରେ ୪ଟି ଛକା ମାରି ୨୦୦୭ ଟି-୨୦ ବିଶ୍ୱକପ କଥା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ। ଗତକାଲି ସେ ଗୋଟିଏ ଓଭର୍‌ରେ ମାରିଥିବା ୪ଟି ଛକାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular