ଖୁବଶିଘ୍ର ସିନେମା ଘରେ ରିଲିଜ ହେବାକୁ ଯାଉଛି ବଲିଉଡ ଫିଲ୍ମ ‘ଚେହରେ’। ଫିଲ୍ମର ଟ୍ରେଲର ଆଜି ରିଲିଜ ହୋଇଛି। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା ଯେଉଁଥିରେ ମହାନାୟକ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ନଜର ଆସିଥିଲେ। କିନ୍ତୁ ଫିଲ୍ମରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ରିୟା ଏହି ମୁଭିରେ ଅଛନ୍ତି କି ନାହିଁ । ଆଜି ମୁୂଭିର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ରିୟାଙ୍କ ଝଲକ୍ ନଜର ଆସିଛି। ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ମଧ୍ୟରେ ଓକିଲ ଓ ଅଭିଯୁକ୍ତ ଭଳି ଡାଏଲଗବାଜି ଦେଖିବାକୁ ମିଳିଛି। ଟ୍ରେଲରରୁ ସ୍ପଷ୍ଟ ଜଣାପଡୁଛି ଯେ ୠମି ଜାଫ୍ରିଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ମର୍ଡର ମିଷ୍ଟ୍ରି। କିଛି ସିନରେ କ୍ରିଷ୍ଟାଲ ଡିସୁଜା ମଧ୍ୟ ନଜର ଆସିଛନ୍ତି। କ୍ରିଷ୍ଟାଲଙ୍କର ଏହା ଡେବ୍ୟୁ ଫିଲ୍ମ। ଫିଲ୍ମରେ ତମାମ ମୁଖ୍ୟ କଳାକାରଙ୍କ ଟ୍ରେଲର ପରେ ଶେଷ ଆଡକୁ ରିୟାଙ୍କ ଏକ ଝଲକ ଦେଖିବାକୁ ମିଳିଛି। ଏହାପରେ ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ରିୟାଙ୍କ ଚରିତ୍ର ହଟାଯାଇନାହିଁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0